SMITA PANDA Live Stage Performance (Puri Beach Carnival Festival 2018 )

ଖଣ୍ଡଗିରିରେ ଯାତ୍ରାର ମହାସମର ! ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍ !!... ଖଣ୍ଡଗିରିରେ ଯାତ୍ରାର ମହାସମର ଚାଲିଛି । ଇଷ୍ଟର୍ଣ୍ଣ ରେଡ,ରଗଂମହଲ ,ବିଶ୍ୱ ଦରବାର,ଦି ଗେଟ ଇଷ୍ଟର୍ଣ ଅପେରା ,ବାଘା ଜତିନ ଲୋକନାଟ୍ୟ ସହିତ କୋର୍ଣାକ ଗଣନାଟ୍ୟର ଚାଲିଛି ସିଧା ଟକ୍କର । ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍ । ଆଉ ମଚଂ ତଳେ ବସି କି ଉପଭୋଗ କରୁଛନ୍ତି ଦର୍ଶକ । ବାଘାଜତିନ ଲୋକନାଟ୍ୟର କାହାଣୀ, କାନ୍ଦୁଛି ଆଖି ଲୁଚେଇ ନାଟକ ଦୁଇଦିନ ଧରି ଲଗାତର ଚାଲିଥିବା ବେଳେ ପାରିବାରିକ କାହାଣୀ ଉପରେ ପୁରା ଆଧାରିତ ରହିଛି ଏହି ବହି । ଯାତ୍ରା ଆରମ୍ଭ ହେବା ଆଗରୁ ଜାତୀୟସଂଗୀତକୁ ଗାନ କରାଯିବା ପରେ ଆରମ୍ଭ ହେବା ପରେ ପରେ ଓଲିଉଡର ଗିତରେ ଝୁମିଥିଲା ଯାତ୍ରା ପେଣ୍ଡାଲ । ପୁଣି ସେପଟେ କୋଣାର୍କର ଗଣନାଟ୍ୟ ମଂଚରେ ଗଣପତି ଙ୍କ ଗୀତରେ ଜବରଦସ୍ତ ଷ୍ଟଂଟ ସହିତ ଦୁଦାର୍ନ୍ତ ଖଳନାୟକ ଦଇତାରୀ ପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । କାହାଣୀ ମନ ଛୁଉଁଥିବା ବେଳେ ଯାତ୍ରା ତାରକାଙ୍କ ଅଭିନୟରେ ମଜ୍ଜୁଛନ୍ତି ଦର୍ଶକ । ତେବେ ହାଇ ମେଲୋଡିୟସ୍ ମେଲୋଡି ଏବଂ ଷ୍ଟେଜ୍ ବ୍ଲାଷ୍ଟିଂ ରେକର୍ଡ ଡ୍ୟାନ୍ସରେ ରାତି ଅଧରେ ମତୁଆଲା ହେଉଛନ୍ତି ଦର୍ଶକ । ଏଥର ପ୍ରତି ପେଣ୍ଡାଲରେ ମନ ଜିଣୁଛି ‘ସୁକୁଟି ସାହୁ ଏଞ୍ଜେଲ୍ ପ୍ରିୟା ’। ପ୍ରତି ପେଣ୍ଡାଲରେ ଏହି ଗୀତରେ ନୃତ୍ୟ ଏକ ନିଆରା ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଜବରଦସ୍ତ ସଂଗୀତର ତାଳେତାଳେ ନୃତ୍ୟ ମନ ମୋହୁଛି । ଟାଇଗର୍ ଜିନ୍ଦା ହୈ ଚଳଚ୍ଚିତ୍ରର ‘ସ୍ୱାଗ୍ ସେ କରେଁଗେ ସବ୍କୋ ସ୍ୱାଗତ..ଗୀତ ହେଉକି ‘ମାହିରେ ଗୀତ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି । ଏଥିସହିତ ସମ୍ବଲପୁରୀ ରିମିକ୍ସ ସଂଗୀତର ମେଲୋଡି ମନ ହରୁଛି । ଏହା ବ୍ୟତୀତ ଏଥର ଦୁଇଟି ନାଟକରେ ଆଦିବାସୀ ଝଲକ ଦେଖିବାକୁ ମିଳିଛି । ଅପେରା ଗ୍ରେଟ୍ ଇଷ୍ଟର୍ଣ୍ଣର ନାଟକ ‘କଳାପାଣିର କଳାବତୀ’ରେ ଇଣ୍ଡୋନେସିଆର ଆଦିବାସୀଙ୍କ କଥାର ଝଲକ ଦେଖିବାକୁ ମିଳିଥିବା ବେଳେ ‘ଗୁପ୍ତ ସମ୍ପର୍କ’ରେ ମଧ୍ୟ ଆଦିବାସୀ ଭାଷା ଓ ସଂସ୍କୃତିର ଝଲକ ଦିଶିଛି । ୩୧ ତାରିଖରେ ଆଉ ୭ଟି ଦଳ ସହ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ପେଣ୍ଡାଲରେ ଯାତ୍ରା ବଜାର ସରଗରମ ହେବ । ✽ Courtesy - Tarang Cine Production - 2018 Visit - www.EnewsOdia.Com LIKE | COMMENT | SHARE | SUBSCRIBE 👉 SUBSCRIBE For UNLIMITED ENTERTAINMENT! ► Subscribe to EnewsOdia : http://bit.ly/2olMcBz ► Like us on Facebook : https://www.facebook.com/EnewsOdia/ ► Follow us on Twitter : https://twitter.com/EnewsOdia/ ► Follow us on Instagram : http://bit.ly/2nY1b39 ► Circle us on G+ : http://www.google.com/+ENewsOdiaOfficial ► Find us on Pinterest : http://pinterest.com/EnewsOdia Odisha's No.1 Digital Media - #EnewsOdia